Important material for CRCCs
Here is a list of frequently asked doubts and questions
୧ – ଉଜ୍ଜ୍ଵଳ ଓ ଉତ୍ଥାନ କଣ ?
ଉ – ଦ୍ଵିତୀୟ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାଙ୍କର ଏକ ନିର୍ଦ୍ଦିଷ୍ଟ ସମୟରେ କରାଯାଉଥିବା ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମକୁ (Learning Enhancement Programme) ଉଜ୍ଜ୍ଵଳ ଓ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଉତ୍ଥାନ ନାମ ଦିଆଯାଇଛି ।
୨ – ଉଜ୍ଜ୍ଵଳରେ କେଉଁ ବିଷୟ ଅନ୍ତର୍ଭୁକ୍ତ ଅଟେ ।
ଉ – ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ ପିଲାଙ୍କ ପାଇଁ ଓଡିଆ ଓ ଗଣିତ, ୪ର୍ଥ ଓ ୫ମ ପିଲାଙ୍କ ପାଇଁ ଓଡିଆ, ଗଣିତ ଓ ଇଂରାଜୀ କୁ ଅନ୍ତର୍ଭୁକ୍ତ କରାଯାଇଛି ।
୩ – ଉତ୍ଥାନରେ କେଉଁ ବିଷୟ ଅଛି ?
ଉ – ୬ ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଓଡିଆ, ଇଂରାଜୀ, ଗଣିତ ଓ ବିଜ୍ଞାନ ବହି ଅଛି ।
୪ – ଉଜ୍ଜ୍ଵଳ ଉତ୍ଥାନର ଅବଧି କେତେ ?
ଉ- ଏହା ଦୁଇ ଭାଗରେ ବିଭକ୍ତ । ଗୋଟିଏ ହେଉଛି Learning Camp (LC) ଓ ଅନ୍ୟଟି Rest of the year (ROY)। LC ରେ ୪୦ ଦିନର ପାଠ ପଢା ଓ ROY ରେ ୨୫ ଟି ସପ୍ତାହର ପାଠପଢାର କାର୍ଯ୍ୟକ୍ରମ ରହିଛି ।
୫ – LC ସମୟରେ ଚିରାଚରିତ Textbook ପଢା ହେବ କି ?
ଉ – ନା । କେବଳ ଉଜ୍ଜ୍ଵଳ ଓ ଉତ୍ଥାନ ବହି ପଢାଯିବ ।
୬ – ଗତ ବର୍ଷ ଉଜ୍ଜ୍ଵଳ ଠାରୁ ଏହା ପୃଥକ କିପରି ?
ଉ – ଗତବର୍ଷ ଉଜ୍ଜ୍ଵଳରେ ଓଡିଆ Level-I, Level-II, ଗଣିତ Level-I, Level-II ଓ ଇଂରାଜୀ ଥିଲା। ସ୍ତର ଅନୁଯାୟୀ ପିଲା ଏହା ପଢୁଥିଲେ । ଚଳିତ ବର୍ଷ ଦ୍ଵିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ପିଲା କେବଳ Level-I ପାଠ ଓଡିଆ ଓ ଗଣିତରେ ପଢିବେ । ତୃତୀୟ ଶ୍ରେଣୀ ପିଲା ଇଂରାଜୀ ପଢିବେ ନାହିଁ ।
ସେହିପରି ୪ର୍ଥ ଓ ୫ମ ଶ୍ରେଣୀର ପିଲାମାନେ କେବଳ ଇଂରାଜୀ ଗୋଟିଏ ବହି ପଢିବେ । ୪ର୍ଥ ଓ ୫ମ ଶ୍ରେଣୀର ପିଲାମାନେ ସ୍ତର ଅନୁଯାୟୀ ଓଡିଆ ଓ ଗଣିତ ର ବହି (Level-I / II) ପଢିବେ ।
୭ – ପିଲାମାନଙ୍କର ସ୍ତର କିପରି ନିର୍ଣ୍ଣୟ କରାଯାଇଛି ?
ଉ – CRCC monitoring App ମାଧ୍ୟମରେ ପିଲାମାନଙ୍କ ର ସଂଖ୍ୟା ବିଦ୍ୟାଳୟରୁ ଆଣି ଏକତ୍ରୀକରଣ କରି Block କୁ ଦେଇଛନ୍ତି । Block ରେ ଏହା ଏକତ୍ର ହୋଇ ତଦନୁଯାୟୀ ପିଲାମାନଙ୍କର ସଂଖ୍ୟା ଆଗରୁ ସ୍ଥିରିକୃତ ହୋଇଛି । ବହି ମଧ୍ୟ ସେହି ଅନୁସାରେ ଛପ। ହୋଇଛି ।
୮ – ପିଲାମାନେ ଶ୍ରେଣୀ ୱାରୀ ନା Level wise ବସିବେ ।
ଉ – ସେମାନେ ଶ୍ରେଣୀୱାରୀ ବସିବେ । କିନ୍ତୁ ପ୍ରତ୍ୟେକ ଶ୍ରେଣୀରେ (ଦ୍ଵିତୀୟ, ତୃତୀୟ ବ୍ୟତୀତ) ସ୍ତରଭିତ୍ତିକ ଦୁଇଟି ଦଳ କରାଯିବ । କିନ୍ତୁ ଏହା ଶିକ୍ଷକଙ୍କ ପାଇଁ ଛାତ୍ରମାନେ ଦୁଇ ଦଳରେ (Level-I ଓ II ରେ) ବସିଛନ୍ତି ବୋଲି ଯେମିତି ଜାଣିପାରିବେ ନାହିଁ ।
କୌଣସି କ୍ଷେତ୍ରରେ ଶିକ୍ଷକମାନେ ଏହିପରି ବିଭ୍ରାନ୍ତି କରିବେ ନାହିଁ । ପିଲାମାନେ ନିଜ ନିଜ ଶ୍ରେଣୀରେ ହିଁ ବସିବେ ।
୯ – ଗତବର୍ଷ ଉତ୍ଥାନ ଠାରୁ ଏହା କିପରି ଅଲଗା ?
ଉ – ଗତ ବର୍ଷ ଶ୍ରେଣୀୱାରୀ ପୁସ୍ତକ ନ ଥିଲା । ଏହା ବିଷୟୱାରୀ ଥିଲା । ଏ ବର୍ଷ ଏହା ଶ୍ରେଣୀ ଓ ବିଷୟ ୱାରୀ ଅଛି । ଭଲ ପିଲାଙ୍କୁ ଅଧିକ ଶିଖିବାର ସୁଯୋଗ ଦେବାକୁ ଲକ୍ଷ୍ୟ ପ୍ରଶ୍ନ ରଖାଯାଇଛି ।
୧୦ – ଦ୍ଵିତୀୟ ଶ୍ରେଣୀରେ ପଢୁଥିବା ପିଲାଟିଏ କେତୋଟି ପୁସ୍ତିକା ପାଇବ ?
ଉ – ଦୁଇଟି । ଉଜ୍ଜ୍ଵଳ – ୧ ଓଡିଆ , ଉଜ୍ଜ୍ଵଳ – ୧ ଗଣିତ
୧୧ – Rest of the year ରେ ପ୍ରତ୍ୟେକ ବିଷୟକୁ କେଉଁ ଦିନ ଓ କେଉଁ ପିରିଅଡରେ କରାଯିବ ?
ଉ – ପ୍ରତ୍ୟେକ ବିଷୟ ଗୋଟିଏ ପିରିଅଡ ରେ ସରିବ ।
ଦ୍ଵିତୀୟ ଓ ତୃତୀୟ ଶ୍ରେଣୀ – ୨ ଟି ଓଡିଆ ପିରିଅଡ
୨ ଟି ଗଣିତ ପିରିଅଡ
୪ର୍ଥ ଓ ୫ମ ଶ୍ରେଣୀ – ୨ ଟି ଓଡିଆ ପିରିଅଡ
୨ ଟି ଗଣିତ ପିରିଅଡ
୧ ଟି ଇଂରାଜୀ ପିରିଅଡ
ଉତ୍ଥାନ –୬ ଷ୍ଠ – ଗଣିତ ଗୋଟିଏ ପିରିଅଡ
୭ ମ – ଓଡିଆ ଗୋଟିଏ ପିରିଅଡ
୮ ମ – ଇଂରାଜୀ ଗୋଟିଏ ପିରିଅଡ
ବିଜ୍ଞାନ ଦୁଇଟି ପିରିଅଡ
ଏହା ପ୍ରତ୍ୟେକ ଦିନ ୧ ଟି ପିରିଅଡ ବିଦ୍ୟାଳୟ ସ୍ତରରେ ଆବଶ୍ୟକତା ଅନୁଯାୟୀ ସ୍ଥିର କରାଯିବ ।
୧୨ – ଏପ୍ରିଲ ମାସରେ କେବଳ ଉଜ୍ଜ୍ଵଳ ଓ ଉତ୍ଥାନ କାର୍ଯ୍ୟକ୍ରମ ସମ୍ପାଦନ ହେବ କି ?
ଉ – ହଁ । ଏହି ସମୟରେ କୋର୍ସ ପଢାଯିବ ନାହିଁ । କେବଳ ଉଜ୍ଜ୍ଵଳ ଓ ଉତ୍ଥାନ କାର୍ଯ୍ୟକ୍ରମ ଚାଲିବ ।
୧୩ – ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଚାଲୁଥିବା ସମୟରେ ସାଧାରଣ ଶିକ୍ଷାଦାନ ବ୍ୟବସ୍ଥା ଚାଲୁ ରହିବ ନାହିଁ । ତେଣୁ ଏହି କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଶିକ୍ଷକ Lesson Plan / Lesson Note କରିବେ କି ଓ କିପରି କରିବେ ? ଏହାର ଏକ sample ଦିଆଯାଇପ।ରିବ କି ?
ଉ – ଏପ୍ରିଲ ୩ ତାରିଖ ଠାରୁ ଏହା ଆରମ୍ଭ ହେବ । ମୋଟରେ ୪୦ ଦିନର Learning Camp ର ବ୍ୟବସ୍ଥା କରାଯାଇଛି । ନିର୍ବାଚନକୁ ଆଖି ଆଗରେ ରଖି ଏଥିରେ ବ୍ୟତିକ୍ରମ କରାଯାଇପାରେ । ଏହି ସମୟ ରେ କେବଳ ଶିକ୍ଷଣ ଅଭିବୃଦ୍ଧି କାର୍ଯ୍ୟକ୍ରମ ( Learning enhancement Programme LEP) ଚାଲିବ । ସାଧାରଣ ପାଠ ପଢା ବନ୍ଦ ରହିବ । ଏଥିପାଇଁ Lesson Plan State Level Training ରେ ଦିଆଯାଇଛି ।
୧୪ – Teacher Training ସମୟରେ ଅଂଶଗ୍ରହଣକାରୀ ମାନେ ଧୀରଗାମୀ ଓ ଦ୍ରୁତଗାମୀ ବିଦ୍ୟାର୍ଥୀର ଅଭିନୟ କରିବେ କି ?
ଉ- ପିଲାମାନଙ୍କୁ ଶିଖାଇବା ପାଇଁ ଅଭିନୟ ଏକ ମାଧ୍ୟମ । ଏହା କରାଯାଇପାରେ ।
୧୫ – ପ୍ରତି ଶିକ୍ଷଣ କାର୍ଯ୍ୟ ପାଇଁ ୧୦/୧୫ ମିନିଟ ଦିଆଯାଇଛି , ଯେତିକି କାମ ଦିଆଯାଇଛି ତାହା ଏତିକି କମ ସମୟରେ ସରିବ ତ ?
ଉ – ଶିକ୍ଷଣ କାର୍ଯ୍ୟ ପାଇଁ ଏକ ନମୁନା ହିସାବରେ ୨୦ ମିନିଟର ପ୍ରସ୍ତାବ ଦିଆଯାଇଛି । କିନ୍ତୁ ଶିକ୍ଷକ ତାଙ୍କର ଆବଶ୍ୟକତା ଚାହିଁ ଏଥିରେ ପରିବର୍ତ୍ତନ କରିପାରିବେ ।
୧୬ – ପିଲାମାନେ ଅଭ୍ୟାସ ପୁସ୍ତିକାଗୁଡିକୁ ଘରକୁ ନେଇପାରିବେ କି ?
ଉ – ହଁ , ଘରକୁ ନେଇ ପାରିବେ । କିନ୍ତୁ ସବୁଦିନ ସେମାନେ ବିଦ୍ୟାଳୟକୁ ନେବା ଆଣିବା କରିବେ ।
୧୭ – କାର୍ଯ୍ୟଫର୍ଦ୍ଦ ରେ ଉତ୍ତର ପେନ ନା ପେନସିଲ ରେ ଲେଖାଯିବ ?
ଉ – ଉଭୟରେ ଲେଖାହୋଇପାରିବ । ପେନସିଲ ରେ ଲେଖିଲେ ଭଲ । କାରଣ ଶିକ୍ଷକ ଓ ପିଲାମାନେ ଉତ୍ତର correction କରି ଠିକ ଉତ୍ତର ଲେଖିବେ ।
୧୮ – ଉଜ୍ଜ୍ଵଳ / ଉତ୍ଥାନ କାର୍ଯ୍ୟ ପାଇଁ follow up action ରହିବ କି ?
ଉ – CRCC ଠାରୁ DEO/DPC ପର୍ଯ୍ୟନ୍ତ ଓ State Level Nodal Officer ମାନେ monitor କରିବେ । Training ଠାରୁ Classroom Training Action ର follow up both online ଓ offline ରେ ହେବ ।
୧୯ – ୪୦ ଦିନ ପରେ ଉଜ୍ଜ୍ଵଳ କାର୍ଯ୍ୟଫର୍ଦ୍ଦ ସରି ନ ଥିଲେ course ପାଠ ପଢାଗଲା ବେଳେ make up କରି ହେବ କି ?
ଉ – ସେଥିପାଇଁ ପ୍ରତ୍ୟେକ ଦିନ ୧ ଟି period ର ବ୍ୟବସ୍ଥା କରାଯାଇଛି । ପ୍ରଥମେ ୪୦ ଦିନର course ଶେଷ ହେଲେ Rest of the year (ROY) ପାଠପଢା ଆରମ୍ଭ ହେବ ।
୨୦ – ଆବଶ୍ୟକ ସ୍ଥଳେ ଶିକ୍ଷକ ୬ଷ୍ଠ, ୭ମ ଓ ୮ମ ର ଦୁର୍ବଳ ଶ୍ରେଣୀର ଶିକ୍ଷାର୍ଥୀଙ୍କୁ ଉତ୍ଥାନ (୬ଷ୍ଠ, ୭ମ, ୮ମ) ପାଇଁ ଏକତ୍ର କରିପାରିବେ କି ?
ଉ – ନା, କେବଳ ଶ୍ରେଣୀରେ ସେମାନେ ପଢିବେ । ଯଦି କରିବା ପାଇଁ ଚାହିଁବେ ତେବେ ଶିକ୍ଷକମାନେ ଏପରି ଭାବରେ କରିବା ଉଚିତ ଯେ ପିଲାମାନେ ଦୁର୍ବଳ ବୋଲି ଜାଣିପାରିବେ ନାହିଁ । କାରଣ ଏହା ଦ୍ଵାରା ସେମାନଙ୍କର inferior complexity ବଢିବ ।
୨୧ – ପ୍ରତି କାର୍ଯ୍ୟଫର୍ଦ୍ଦ ପାଇଁ ନିର୍ଦ୍ଦିଷ୍ଟ ସମୟ ରହିଛି କି ? ଭାଷାରେ ଅଧିକ କାର୍ଯ୍ୟଫର୍ଦ୍ଦ ଥିବାରୁ ଆବଶ୍ୟକସ୍ଥଳେ ଗୋଟିଏ ଦିନରେ ଏକାଧିକ ଅଧିକ କାର୍ଯ୍ୟଫର୍ଦ୍ଦ କରାଯାଇପାରିବ କି ?
ଉ – ହଁ, ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେମାନେ କାର୍ଯ୍ୟଫର୍ଦ୍ଦ ବୁଝି ସ।ରି ନ ପାରିଲେ, ଅଧିକ ସମୟ ନେଇପାରନ୍ତି । କାରଣ କାର୍ଯ୍ୟଫର୍ଦ୍ଦ ପୂରଣ ଆମର ଉଦ୍ଦେଶ୍ୟ ନୁହେଁ । ପିଲାମାନେ ଶିଖିବା ଉଚିତ । ଯଦି ଗୋଟିଏ କାର୍ଯ୍ୟଫର୍ଦ୍ଦ ଏକ ଦିନରେ ସରିଲା ତେବେ ତାକୁ ପୁଣି practice କରାଯାଇପାରେ । ଏକାଧିକ କାର୍ଯ୍ୟଫର୍ଦ୍ଦ ବ୍ୟବହାର କରିବା ଉଚିତ ନୁହେଁ । ଅତଏବ ଆମର ଉଦ୍ଦେଶ୍ୟ ପିଲା ଏ କାର୍ଯ୍ୟକ୍ରମ ମାଧ୍ୟମରେ ପୂର୍ବ ଶ୍ରେଣୀ ଗୁଡିକର ଦକ୍ଷତା ଆହରଣ କରିବେ ।
୨୨ – Learning Camp ରେ ଉତ୍ଥାନ ଶ୍ରେଣୀର (VI-VIII) ବିଷୟ ଗୁଡିକ ପାଇଁ କେତେ ସମୟ ପାଇଁ ଦିଆଯିବ ? Odia, English, Math ବିଷୟ ବ୍ୟତୀତ ଅନ୍ୟ ବିଷୟ ଗୁଡିକ ପଢାଯିବ କି ?
ଉ – ଏଥିପାଇଁ State Level Training ରେ ଏକ routine ର ବ୍ୟବସ୍ଥା କରାଯାଇଛି । ଏହି ସମୟରେ କେବଳ ଓଡିଆ, ଇଂରାଜୀ ଓ ଗଣିତ ପଢାଯିବ । ବିଷୟ ଅନୁସାରେ ସମୟ ନିର୍ଦ୍ଦିଷ୍ଟ କରାଯାଇଛି
୨୩ – ବିଦ୍ୟାଳୟରେ ଜଣେ ଶିକ୍ଷକ ଉଜ୍ଜ୍ଵଳ ଶ୍ରେଣୀରେ ପଢାଉଥିବା ଶିକ୍ଷକ ଉତ୍ଥାନ କାର୍ଯ୍ୟକ୍ରମ କରିପାରିବ କି ନାହିଁ ?
ଉ – ନା । ଉଜ୍ଜ୍ଵଳ ଉତ୍ଥାନ ପାଇଁ ଶିକ୍ଷକ ମାନଙ୍କୁ ନିର୍ଦ୍ଦିଷ୍ଟ ବର୍ଗରେ ବିଭକ୍ତ କରାଯାଇଛି । ଯେଉଁ ବିଦ୍ୟାଳୟ ଗୁଡିକ Class-I ରୁ VIII ଅଛି ସେଠାରେ ଉଭୟ କାର୍ଯ୍ୟକ୍ରମ ଚାଲୁହେବ । ବିଦ୍ୟାଳୟରେ ଶିକ୍ଷକ ସଂଖ୍ୟା ଓ ଉଜ୍ଜ୍ଵଳ ଉତ୍ଥାନ ପଢାଇବା ଶିକ୍ଷକଙ୍କ ସଂଖ୍ୟା ତଳ ସାରଣୀରେ ଦିଆଗଲା । (କେବଳ Learning Camp ସମୟରେ)
|
ଶିକ୍ଷକ ସଂଖ୍ୟା |
ଉଜ୍ଜ୍ଵଳ |
ଉତ୍ଥାନ |
|
୨ |
୧ |
୧ |
|
୩ |
୧ |
୨ |
|
୪ |
୨ |
୨ |
|
୫ |
୨ |
୩ |
|
୬ |
୩ |
୩ |
|
୭ |
୩ |
୪ |
|
୮ |
୪ |
୪ |
ଉତ୍ଥାନରେ ଶିକ୍ଷକମାନେ ଭାଷା କିମ୍ବା ଗଣିତ, ବିଜ୍ଞାନ ପଢାଇପାରନ୍ତି ।
ଅଧିକ ଶିକ୍ଷକ ହେଲେ ବିଷୟ ଓ ଶ୍ରେଣୀୱାରୀ ଆବଶ୍ୟକତା ଅନୁସାରେ ଶିକ୍ଷକ ନିଯୁକ୍ତି କରାଯାଇପାରେ ।
୨୪ – Learning Camp ରେ ଯେଉଁ ବିଷୟ ଗୁଡିକ ପଢାଯିବ ନାହିଁ ସେହି ଶିକ୍ଷକ / ଶିକ୍ଷୟିତ୍ରୀ ମାନଙ୍କର କାର୍ଯ୍ୟ କ’ଣ ?
ଉ – ବିଦ୍ୟାଳୟର ସମସ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଭାଗ ନେବେ । ପ୍ରାଥମିକ (I-V) ବିଦ୍ୟାଳୟର ସମସ୍ତ ଶିକ୍ଷକ ଉଜ୍ଜ୍ଵଳ Training ନେବେ । ଉଚ୍ଚ ପ୍ରାଥମିକ ଶିକ୍ଷକ ମାନେ ପୂର୍ବ ପ୍ରଶ୍ନର ବର୍ଣ୍ଣନା ଅନୁସାରେ ଉତ୍ଥାନ Training ନେବେ ।
- ପ୍ରାଥମିକ ସ୍ତରରେ ସମସ୍ତ ଶିକ୍ଷକ ଓଡିଆ, ଗଣିତ ଓ ଇଂରାଜୀରେ ପ୍ରଶିକ୍ଷଣ ନେବେ ।
- ଉଚ୍ଚ ପ୍ରାଥମିକ ସ୍ତରର ଶିକ୍ଷକମାନେ either Odia, English କିମ୍ବା ଗଣିତ, ବିଜ୍ଞାନରେ Training ନେଇ ପାରିବେ ।
ଅର୍ଥାତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।
ଉଚ୍ଚ ପ୍ରାଥମିକ ସ୍ତରରେ ବିଜ୍ଞାନ ପଢାଉଥିବା ଶିକ୍ଷକମାନେ ଗଣିତ ପଢାଇପାରିବେ ।
ଅନ୍ୟ ଅର୍ଥରେ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ either Arts group (odia / English) କିମ୍ବା Science group (Math / science) କୁ choose କରି Training ନେଇ ପାରିବେ ।
୨୫ – Learning Camp ସମୟରେ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ କିପରି ପାଠ ପଢାଇବେ ?
ଉ – Learning Camp ସମୟରେ ଗୋଟିଏ ବିଷୟ ପାଇଁ ୧ ଘଣ୍ଟା ବା ୬୦ ମିନିଟର ସମୟ ରଖାଯାଇଛି । ଏଥିରେ ସେମାନେ ପ୍ରଥମ ୨୦ ମିନିଟ ସେହି ବିଷୟକୁ Activity ମାଧ୍ୟମରେ ପଢାଇବେ ପରବର୍ତ୍ତୀ ୨୦ ମିନିଟ ପିଲାମାନେ worksheet ରେ ଉତ୍ତର ଦେବେ । ଶେଷ ୨୦ ମିନିଟ ଶିକ୍ଷକ ଖାତା ନିଜେ କିମ୍ବା ପିଲାମାନଙ୍କ ଦ୍ଵାରା ସଂଶୋଧନ କରାଇବେ । ଏହା କେବଳ ଏକ ପରାମର୍ଶ ମାତ୍ର । ଶିକ୍ଷକ ଚାହିଁଲେ, ସମୟରେ ଆବଶ୍ୟକତାକୁ ଚାହିଁ ଏଥିରେ ପରିବର୍ତ୍ତନ ଆଣିପାରନ୍ତା । ଆବଶ୍ୟକ ହେଲେ, ଗୋଟିଏ worksheet କୁ ଦୁଇ ଦିନ ମଧ୍ୟ ପଢାଯାଇପାରେ । ମୁଖ୍ୟ ଲକ୍ଷ୍ୟ ପିଲା ଯେପରି ସେ କାର୍ଯ୍ୟଫର୍ଦ୍ଦର ଦକ୍ଷତା ହାସଲ କରିବ ସେଠାରେ ସମୟ ଲକ୍ଷ୍ୟ ନୁହେଁ ।
୨୬ – Science, Social Study, Sanskrit, Hindi ରେ course book ଆରମ୍ଭ କରାଯିବ କି ନାହିଁ ?
ଉ – ନା । ଏହା ୪୦ ଦିନ Learning Camp ପରେ ଆରମ୍ଭ ହେବ ।
୨୭ – ଆବଶ୍ୟକସ୍ଥଳେ ଉଜ୍ଜ୍ଵଳ ୧ ଚିହ୍ନିତ ପିଲାଟିକୁ ସ୍ତର ବୃଦ୍ଧି ଘଟିଥିଲେ, ତାକୁ ଉଜ୍ଜ୍ଵଳ ୨ ବହି ଦିଆଯିବ କି ?
ଉ – ନା । କେବଳ ସେ ଉଜ୍ଜ୍ଵଳ ୧ ପିଲାକୁ ସଂପୂର୍ଣ୍ଣ ସକ୍ଷମ ୪୦ ଦିନରେ କରାନ୍ତୁ । Rest of the year (ROY) ମଧ୍ୟ ତାକୁ ସମୃଦ୍ଧ କରାଇବା ପାଇଁ ଚେଷ୍ଟା କରନ୍ତୁ । ଏହା ତାର ବାର୍ଷିକ ପାଠ ପଢାରେ ସାହାଯ୍ୟ କରିବ କାରଣ ତାକୁ ଉଜ୍ଜ୍ଵଳ ୨ ର ବହି ଦେଲେ, ତାହାକୁ ସେ କେବେ ହେଲେ ଶେଷ କରିପାରିବ ନାହିଁ । ପରନ୍ତୁ ଗୋଟିଏ standard (Ujjwal-I) ରେ ସେ ସମୃଦ୍ଧ ହେବ ।
୨୮ – How will the teachers track each child’s progress in each subject ?
ଉ – During State level training this has been discussed. However, following table will depict it.
|
Sl. No. |
Name of the Student |
Level |
Class |
Worksheet |
|||||||||
|
1 |
2 |
3 |
4 |
5 |
6 |
7 |
8 |
9 |
10 |
||||
ବିଭିନ୍ନ ବିଷୟ ପାଇଁ ଅଲଗା Tracking sheet ହେବ । ଯେଉଁ worksheet ସେ ଭଲ ଭାବରେ ଆୟତ୍ତ କଲା (ବୁଝି ଉତ୍ତର ଲେଖିପାରିଲା) ସେହି ଘରେ (√) ଚିହ୍ନ ଦିଅନ୍ତୁ । Learning Camp ର days ସହ ଏହାର ସମ୍ପର୍କ ନାହିଁ । ଅର୍ଥାତ 5ମ ଦିବସରେ ଜଣେ 5 ମ worksheet fill up କଲା ବୋଲି ଆବଶ୍ୟକତା ନାହିଁ । ଜଣେ 3 ୟ worksheet ଘରେ ଥାଇପାରେ କିମ୍ବା 8ମ worksheet ଘରେ ଥାଇପାରେ । କାରଣ ଏହି କାର୍ଯ୍ୟକ୍ରମ ପିଲାମାନଙ୍କର ଶିକ୍ଷଣ (learning) repeat(learning) ପାଇଁ ଉଦ୍ଦିଷ୍ଟ । worksheet ନ ବୁଝି fill up ପାଇଁ ଉଦ୍ଦିଷ୍ଟ ନୁହେଁ । ଶିକ୍ଷକମାନେ ପିଲାମାନଙ୍କ ଶିକ୍ଷଣ ପାଇଁ ଧ୍ୟାନ ଦିଅନ୍ତୁ । ଏହାର ଅର୍ଥ ନୁହେଁ ଯେ ସେମାନେ ପିଲାମାନେ ନ ଶିଖିଲେ ଆମେ ସେମାନଙ୍କୁ ଦାୟୀ କରିବା । ଶିକ୍ଷକ ହିସାବରେ ସେମାନଙ୍କର ଶିକ୍ଷଣ ପାଇଁ ଆମେ ଚେଷ୍ଟିତ ହେବା ।
ସବୁ ପିଲା କିପରି ବୁଝି କରି ଶିଖିବେ ସେଥିପାଇଁ ଧ୍ୟାନ ଦେବା । Learning Camp ସମୟରେ syllabus ସାରିବା ଆବଶ୍ୟକ ନାହିଁ । ବରଂ ପିଲାମାନଙ୍କର ବିଷୟରେ ମୂଳଦୁଆ ମଜଭୁତ ହେବା ଦରକାର ।
୨୯- State level training RP ଓ Trainer district ଓ Block level ରେ trainer ହୋଇପାରିବେ କି ?
ଉ- ହଁ । ସେଥିପାଇଁ Block level Trainer ଚୟନ କରାଗଲାବେଳେ State ଓ district level trainers ସଂଖ୍ୟା ମିଶାନ୍ତୁ । ଧରନ୍ତୁ ଗୋଟିଏ block ରେ ଓଡିଆରେ ୬ ଜଣ RP ଦରକାର । ସେହି block ରୁ ୧ ଜଣ RP SRG ଓ ୨ ଜଣ RP district ର training ନେଇଛନ୍ତି । ତେବେ ସେହି ବ୍ଲକ ରେ ମାତ୍ର ୩ ଜଣ RP select ହେବେ ।
୩୦ – ଜଣେ RP ଉତ୍ଥାନରେ Training ପାଇଁ selection ହୋଇଛନ୍ତି କିନ୍ତୁ ସେ I-V ଥିବା primary school ର Teacher ଅଟନ୍ତି । ସେ କେଉଁ training ନେବେ ।
ଉ – ଯେ ହେତୁ ସେ ପ୍ରାଥମିକ ସ୍ତର (I-V) ରେ କାର୍ଯ୍ୟରତ ସେ ନିଶ୍ଚିତ ଉଜ୍ଜ୍ଵଳ training ନେବେ ।
୩୧ – ଯେଉଁ Master Facilitator ମାନେ History କିମ୍ବା Geography ରେ selection ହୋଇଛନ୍ତି, ସେମାନେ ଉତ୍ଥାନର Arts ନା Science group ରେ Training ନେବେ ।
ଉ – ସେମାନେ ବିଦ୍ୟାଳୟରେ ଯଦି ଗଣିତ ଓ ବିଜ୍ଞାନ ପଢଉଥାନ୍ତି ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ, ତେବେ ସେମାନେ Science group Training ନେବେ । ଯଦି ସେମାନେ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ, ତେବେ ଉଜ୍ଜ୍ଵଳ Training ନେବେ ।
୩୨ – Learning Camp ସମୟରେ ପ୍ରଥମ ଶ୍ରେଣୀ ପିଲାମାନଙ୍କ ପାଠ ପଢା କ’ଣ ହେବ ?
ଉ – ଏହି ସମୟରେ ପ୍ରଥମ ଶ୍ରେଣୀରେ admission process ଚାଲିବା ପିଲାଙ୍କୁ ଶିକ୍ଷକ ଗପ କହି ପାରିବେ, ଖେଳାଇ ପାରିବେ କିମ୍ବା ସେମାନଙ୍କୁ ଏକାଠି ସମୟ କାଟିବାର ବିଭିନ୍ନ ବାଟ ବତାଇପାରିବେ । ସେମାନେ ଉଜ୍ଜ୍ଵଳ /ଉତ୍ଥାନ ବିଷୟରେ ପଢିବେ ନାହିଁ । SCERT “ଆରମ୍ଭ” ନାମରେ ଏକ package ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ତିଆରି କରୁଛି । ଏହା ବିଦ୍ୟାଳୟ ରେ ପହଞ୍ଚି ଥିଲେ ତାହାକୁ ପଢାଯାଇପାରେ।
୩୩ – କେଉଁ ଶିକ୍ଷକମାନେ block level ରେ ଉଜ୍ଜ୍ଵଳ, ଉତ୍ଥାନ training ନେବେ ?
ଉ – ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ST/SC Deptt. ର ସମସ୍ତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ଏହି ପ୍ରଶିକ୍ଷଣ ନେବେ ।
୩୪ – ଏଥିରେ ଯେଉଁ କାର୍ଯ୍ୟଫର୍ଦ୍ଦ ଦିଆଯାଇଛି ତାହା କେବଳ ପଢାଯିବ କି ? ନା, ତାହାକୁ ଶିକ୍ଷକ ପିଲାମାନଙ୍କ ଆବଶ୍ୟକତା ଅନୁଯାୟୀ ପରିବର୍ତ୍ତନ କରିପାରିବେ ?
ଉ – ହଁ, ତାହା ପଢାଯିବା ଉଚିତ । ଅଧିକନ୍ତୁ ଶିକ୍ଷକ/ଶିକ୍ଷୟିତ୍ରୀ ଯଦି ପିଲାଙ୍କ ଆବଶ୍ୟକତା ଅନୁଯାୟୀ କାର୍ଯ୍ୟଫର୍ଦ୍ଦ ପ୍ରସ୍ତୁତ କରିବେ ତାହା ପିଲାମାନଙ୍କ ପାଇଁ ଅଧିକ ଉପଯୋଗୀ ଓ ପରିବର୍ତ୍ତନ କରିପାରିବେ ।
୩୫- କାର୍ଯ୍ୟଫର୍ଦ୍ଦ ଗୁଡିକର ଅଭ୍ୟାସ ପାଇଁ ଗୃହକାମ ଦିଆଯିବ କି ?
ଉ – ଆବଶ୍ୟକତା ନାହିଁ । ଅଭିଭାବକମାନେ / ଛାତ୍ରଛାତ୍ରୀ ଘରେ ଅଭ୍ୟାସ କରିବାକୁ ଚାହିଁଲେ କରିପାରିବେ ।
୩୬ – ଯେଉଁ ଛାତ୍ରଛାତ୍ରୀ କ୍ରମାଗତ ଅନୁପସ୍ଥିତ ରହିବେ ସେମାନଙ୍କର ପାଠପଢା କିପରି ହେବ ?
ଉ- ପ୍ରଥମତଃ ଶିକ୍ଷକମାନେ ସେମାନଙ୍କ ଉପସ୍ଥାପନ ପାଇଁ ବିଭିନ୍ନ ପଦକ୍ଷେପ ନେବେ ଅନ୍ୟୁନ ଅଭିଭାବକଙ୍କୁ ବାରମ୍ବାର ସାକ୍ଷାତ କରିବେ । ଯଦି ବି ଅସୁବିଧା ରହେ ସେମାନଙ୍କ Tracking sheet ରେ ଠିକ ଚିହ୍ନ ପଡିବ ନାହିଁ ।
୩୭ – ଏହି କାର୍ଯ୍ୟକ୍ରମର କିଛି ମାର୍ଗଦର୍ଶିକା ଅଛି କି ?
ଉ – ନା, ପୂର୍ବ ବର୍ଷ ପରି କୌଣସି ଲିଖିତ ମାର୍ଗଦର୍ଶିକା ନାହିଁ । ପ୍ରଶିକ୍ଷଣ ସମୟରେ ସମସ୍ତ ସନ୍ଦେହ ଦୂର କରାଯାଇପାରିବ ।